top of page

ରଜ

  • Jun 15, 2017
  • 1 min read

ରଜ ଏକ ପାରମ୍ପାରିକ ଓଡ଼ିଆ ପର୍ବ । ଏହି ପର୍ବଟି ତିନିଦିନ ଧରି ପାଳନ କରାଯାଏ । ପ୍ରାୟ ସବୁ ଓଡ଼ିଆ ଘରେ ରଜ ପାଳନ କରାଯାଇଥାଏ । ରଜରେ ଘରମାନଙ୍କରେ ବିଭିନ୍ନପ୍ରକାରର ପିଠା କରାଯାଇଥାଏ । ରଜରେ ପାନ ଖାଇବା, ଦୋଳି ଝୁଲିବା ସ‌ହ ବିଭିନ୍ନ ପ୍ରକାରର ଖେଳ ହୋଇଥାଏ । ଏବେ ତ ଗାଆଁ ଗାଆଁରେ ରଜ ପାଇଁ ବିଭିନ୍ନ ସ୍ଥାନରେ ବିଭିନ୍ନ ପ୍ରକାରର ଦୋଳି ଲାଗିବା ସ‌ହ ରାମଦୋଳି ଭଳି ଦୋଳି ଲାଗୁଛି । ସନ୍ଧ୍ୟାରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମମାନ ଆୟୋଜନ ମଧ୍ୟ କରାଯାଉଛି । ଏବେ ଓଡ଼ିଶାରେ ଦୂରଦର୍ଶନର ଅଗ୍ରଗତି ସ‌ହ ରଜ ପାଳନର ବିଧି ମଧ୍ୟ ବଦଳିଲାଣି । ଏବେ ଦୂରଦର୍ଶନରେ ରଜପାଇଁ ବିଭିନ୍ନ ପ୍ରକାରର ଉତ୍ସବ ମଧ୍ୟ ବିଭିନ୍ନ ସ୍ଥାନରେ ପାଳନ ହେଉଛି । ରଜରେ ପ୍ରାୟତଃ ବାହାରେ ରହୁଥିବା ସମସ୍ତେ ଘରକୁ ଆସନ୍ତି, ଘରକୁ ଝିଅ, ଜ୍ୱାଇଁମାନେ ମଧ୍ୟ ଆସନ୍ତୁ । ଏହି ତିନିଦିନ ଘରେ ଧୁମ୍‌ଧାମ୍‌ରେ ରଜ ପାଳନ କରାଯାଏ ।



 
 
 

Comments


Featured Posts
Recent Posts
Archive
Search By Tags
Follow Us
  • Facebook Basic Square
  • Twitter Basic Square
  • Google+ Basic Square

© My Photography

  • Facebook Reflection
  • Twitter Reflection
  • Instagram Social Icon
  • YouTube Social  Icon

Follow Us

bottom of page